ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗୁରୁବାର ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଏହି ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ନୀତି ଆସିବ।

ମୁଖ୍ଯମନ୍ତ୍ରୀ ଏଠାରେ ହାତୀମାନଙ୍କ ଗବେଷଣା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି । ଏହି କେନ୍ଦ୍ରର ନାଁ ରଖାଯାଇଛି ସ୍ପେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍। ଇଣ୍ଡରନେସନାଲ ୟୁନିୟନ୍ ଫର କନ୍‌ଜରଭେସନ୍ ଅଫ୍ ନେଚର, ଭାରତୀୟ ବନ୍ୟଜନ୍ତୁ ଟ୍ରଷ୍ଟ ଓ କଲମ୍ବସ୍‌ ଚିଡ଼ିଆଖାନାର ମିଳିତ ସହଯୋଗରେ ଏହି କେନ୍ଦ୍ର ଚାଲିବ । ଏସୀୟ ହାତୀ ମାନଙ୍କ ରୋଗ ନିରାକରଣ ସହ ମଣିଷ-ହାତୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ରୋକ୍ ପାଇଁ ଗବେଷଣା ମଧ୍ଯ କରାଯିବ। ହାତୀଙ୍କ ସଂରକ୍ଷଣ ଓ ଗବେଷଣା ପାଇଁ ଏହି କେନ୍ଦ୍ରଟି ଖୋଲାଯାଇଛି।

Related Articles

Back to top button