ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କ ମରାମତି ଦାବି କଲେ ପରିଚାଳନା ସେବାୟତ

ଭୁବନେଶ୍ୱର: ଭଙ୍ଗା ‘ଗଜଦନ୍ତ ରତ୍ନ ପଲଙ୍କ’ରେ ଶୋଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପଲଙ୍କ ପୁରୁଣା ହେବା ସହ ଲାଗିଥିବା ରୁପା ମଧ୍ୟ ଛାଡ଼ି ଗଲାଣି । ବହୁ ଦିନ ହେବ ମରାମତି ଦାବି ହୋଇ ଅସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି । ଯାହା ଫଳରେ ମହାପ୍ରଭୁ ଏହି ଭଙ୍ଗା ପଲଙ୍କରେ ଶୋଉଥିବା ବେଳେ ଦୈନିକ ନିତିକାନ୍ତି ମଧ୍ୟ ଏଇଥିରେ ହେଉଛି । ଖାଲି ଏତିକି ନୁହେଁ ଏଥିରେ ପଡ଼ିଥିବା ଶେଯ, ତକିଆ ପଡ଼ିଛି ତାହା ମଧ୍ୟ ପୁରୁଣା ହୋଇଗଲାଣି । ଯାହାକୁ ଅନେକ ଦିନ ହେବ ସେବାୟତମାନେ ବରିବର୍ତ୍ତନ କରିବାକୁ ଦାବି କରି ଆସୁଁଛନ୍ତି ।

ଏହି ବିଷୟରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ପ୍ରତିନିଧି ଜଗନ୍ନାଥ କର କହିଛନ୍ତି ଯେ, ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ସରିବା ପରେ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉମାନଙ୍କ ଲାଗି ତିନୋଟି ପଲଙ୍କ ରହିଛି। ଶ୍ରୀମନ୍ଦିର ଯାହା ବି ନୀତିକାନ୍ତି ହୁଏ ସବୁ ମହାପ୍ରଭୁଙ୍କ ନିର୍ଦେଶରେ ହୋଇଥାଏ । ତେବେ ଭଙ୍ଗା ପଲଙ୍କ ବିଷୟରେ ଶ୍ରୀଯୁକ୍ତ କର କହିଛନ୍ତି ସେବାୟତ ଭାବେ ଆମେ ଏ ବିଷୟରେ ଅବଗତ ଅଛୁ । ଏଥି ପାଇଁ କିଛି ପ୍ରକ୍ରିୟା ରହିଛି । ପ୍ରଶାସନ ପଖକୁ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ଅସି ନାହିଁ । ତେବେ ମହାପ୍ରଭୁଙ୍କ ପାଇଁ ନୂତନ ପଲଙ୍କ ପ୍ରସ୍ତୁତି ଚାଲିଛି । କିନ୍ତୁ ସମ୍ପୃକ୍ତ ନିଯୋଗ ପକ୍ଷରୁ ଏନେଇ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସି ନାହିଁ ।

ସେହିପରି ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ରତ୍ନ ପଲଙ୍କ ତଦାରଖ ଦାୟିତ୍ୱ ‘ଖଟଶେଯ ସେବାୟତ’ଙ୍କର । କିନ୍ତୁ ପଲଙଯକର ଗୋଡ଼ ହଲୁଛି । ଆମ ନଜରକୁ ମଧ୍ୟ ଏହି ସମସ୍ୟା ଆସିଛି । ପୁର୍ବରୁ ଥରେ ଏହାର ମରାମତି କରାଯାଇଥିଲା । ପୁଣି ଥରେ ମରାମତି କଲେ ଏହା ବେଶି ଦିନ ଯିବନି । ତେଣୂ ପ୍ରଶସନ ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।

ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସାଭାପତି ହଜୁରୀ କୃର୍ଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ,ପଲଙ୍କ ଭାଙ୍ଗିବା କଥା ସମସ୍ତେ ଜାଣିଛନ୍ତି । ଜିଲ୍ଲାପାଳଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଥିଲା । ଜିଲ୍ଲାପାଳ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଇ ମହାପ୍ରଭୁଙ୍କ ପାଇଁ ନୂତନ ପଲଙ୍କ, ଶେଯ, ତକିଆ ଆଦି ନୁଆ ତିଆରି ହେବ ବୋଲି ପ୍ରତିଶୃତି ଦେଇଥିଲେ ।

ତେବେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମହାପ୍ରଭୁ ଶୋଉଥିବା ଶେଯ, ତକିଆ ପରୁଣା ହୋଇ ଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ମୁଁ ନିଜେ ସ୍ଥିତି ଅନୁଧ୍ୟାନ କରିଛି । ପଲଙ୍କ ପାଇଁ ନୂଆ ଶେଯ, ତକିଆ ଆଦି କିଣାଯାଇଛି । ନୁଆ ଖଟ ପ୍ରସ୍ତୁତ କରିବାକୁ ଯୋଜନା ସରିଛି । ଖୁବ୍ ଶୀଘ୍ର ଏହା ପ୍ରସ୍ତୁତ ହେବ ।

Related Articles

Back to top button