ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ : ବନ୍ଧାହେଲା ଟାଟୁ ଆର୍ଟିଷ୍ଟ

ମହଙ୍ଗା ପଡିଲା ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଘଟଣା। ବନ୍ଧାହେଲା ଟାଟୁ ଆର୍ଟିଷ୍ଟ ରକି ଓରଫ ରକି ରଞ୍ଜନ ବିଷୋୟୀ ଏବଂ ତାଙ୍କ ସହଯୋଗି ଆର୍ଟିଷ୍ଟ ଅଶ୍ଵିନୀ ପ୍ରଧାନକୁ। ଉଭୟଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ ।ସୂଚନା ଅନୁଯାୟୀ, ଧାର୍ମିକ ଭାବନାକୁ କୁଠାରଘାତ୍ କରିବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବିଏନଏସ ୨୯୯ ଏବଂ ବିଏନଏସ ୧୯୬ ରେ ଗିରଫ କରିଛି ସହିଦନଗର ଥାନା ପୁଲିସ। ସହିଦନଗର ଥାନା ଅଞ୍ଚଳରେ ଏକ ରକି ଟାଟୁ ସେଣ୍ଟର ରହିଛି। ସେଠାରେ ରକି ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିଥିଲେ ପରେ ତାହାକୁ ଭାରାଇରାଲ କରିଥିଲେ। ହ୍ବାଟସଆପ ଷ୍ଟାଟସରେ ଛାଡିଥିଲା ବିଦେଶିନୀଙ୍କ ଜଙ୍ଘରେ କରିଥିବା ଟାଟୁ। ଯାହାକୁ ନେଇ ରକି ଏବଂ ଅଶ୍ଵିନୀଙ୍କୁ ଗିରଫ କରାଯାଇଛି। ବିଦେଶୀନିଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇନାହିଁ । କେବଳ ବିଦେଶୀନି ଜଣଙ୍କ ସୋସିଆଲ ମିଡ଼ିଆରେ କ୍ଷମା ମାଗିଛନ୍ତି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏସପି ଜୋନ-୫।

Related Articles

Back to top button