ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବନକଲାଗି ନୀତି
ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ମାର୍ଗଶୀର-କୃଷ୍ଣ ଦ୍ଵିତୀୟା ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ବନକଲାଗି ନୀତି । ତେଣୁ ଦ୍ଵିତୀୟ ଭୋଗ ମଣ୍ଡପ ସରିବା ପରେ ଏହି ନୀତି ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି କି ସନ୍ଧ୍ୟା ୫ ଟାରୁ ରାତି ୨ ଟା ଯାଏଁ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।
ପରମ୍ପରା ଅନୁଯାଯ ଯାୟୀ ବୁଧବାର ଅ ଅବା ଗୁରୁବାର ଦିନ ଶ୍ରୀଜିଉଙ୍କର ଶ୍ରୀମୁଖ ଶୃଙ୍ଗାର ହୋଇଥାଏ ।ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରଯାଏ । ଶ୍ରୀଜିଉଙ୍କର ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥାଏ । ବିଭିନ୍ନ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ମଧ୍ୟ ବ୍ୟବହୃତ ହାଇଥାଏ। ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ କରାଯାଏ । ତେବେ ଆଜି ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।