
ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି
ଭୁବନେଶ୍ୱର: କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି। ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା। ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଏଥିରେ ଉପସ୍ଥିତ ଥିଲେ।
ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ୍ ସଲିଭେନ ଉପସ୍ଥିତ ଥିଲା। ଆମର ସେଣ୍ଟର ଅଫ୍ ଏକ୍ସେଲେନ୍ସ ବିଶ୍ୱ ବ୍ୟାଙ୍କ ଅନୁସାରେ ଭଲ କାମ କରୁଛି। ହେଲେ ତାହା ଗୋଟେ ସ୍ତର ଯାଏଁ ରହୁଛି। ରିସର୍ଚ୍ଚ ପରେ କେମିତି ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ ଫିଟ୍ ହେବ ପାଇଁ ଆଲୋଚନା ହୋଇଛି। ରିସର୍ଚ୍ଚ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଛନ୍ତି। ରିସର୍ଚ୍ଚକୁ ବଡ଼ କମ୍ପାନୀକୁ ଦିଆଯିବ। ଏହା ଜରିଆରେ ଷ୍ଟାର୍ଟଅପ ଖୋଲି ବ୍ୟବସାୟ କରିପାରିବେ ଛାତ୍ରଛାତ୍ରୀ।