
କାଲିଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ :ସାଂସଦ ପ୍ରତାପ ଷଡଙ୍ଗୀ
ଆସନ୍ତା କାଲିଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଦେଲେ ସୂଚନା । ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ ପ୍ରକ୍ରିୟା ୩ ଦିନ ଧରି ଚାଲିବ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।ଜୁଲାଇ ୧ ସୁଦ୍ଧା ରାଜ୍ୟରେ ସଙ୍ଗଠିତ ପ୍ରକ୍ରିୟା ଶେଷ ହେବ । ଏ ନେଇ ବିହାର ସାଂସଦ ସଞ୍ଜୟ ଜୟଶ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।