
ଓଡ଼ିଶା ବଜେଟ୍ ୨୦୨୩-୨୪: ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିଛନ୍ତି। ଗ୍ରାମାଞ୍ଚଳରେ ଏହି ସହାୟତା ରାଶିକୁ ୨ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ, ସହରାଞ୍ଚଳରେ ଏହି ସହାୟତା ରାଶିକୁ ୩ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।