ଜନଜାତି ସମ୍ପ୍ରଦାୟ ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଗତ ୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜନଜାତି ସମ୍ପ୍ରଦାୟ ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି ।

ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଜନଜାତି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ । ଏଥିପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ରାଜ୍ୟ ସରକାର ୫ ଶହ କୋଟି ନିବେଶ କରିବେ । ଏହା ମାଧ୍ୟମରେ ଜନଜାତି ପରିବାରଙ୍କ ଆୟ ବୃଦ୍ଧି ପାଇଁ ସାର, ବିହନ ଓ ଜଳସେଚନ ସୁବିଧା ପ୍ରଦାନ କରାଯିବ । ସେହିପରି ରାଜ୍ୟରେ କଣ୍ଟ୍ରୋଲ ଡିଲରଙ୍କ ଲାଇସେନ୍ସକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଯେଉଁମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ସେମାନଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା ପାଇଁ ଲାଇସେନ୍ସକୁ ୦୧.୦୪.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

୨୦୦୫ ମାର୍ଚ୍ଚ ପରେ ଯେଉଁମାନେ ଅବସର ଗ୍ରହଣ ବା ମୃତ୍ୟୁବରଣ କରିଥିବେ ସେମାନଙ୍କୁ / ପରିବାରକୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ / ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାର ରାଇରଙ୍ଗପୁର ଗୋଶାଳା କମିଟି ଦଖଲରେ ଥିବା ଏ.୫.୦୦ ଡି ସରକାରୀ ଜମିକୁ ବିନା ପ୍ରିମିୟମ ଓ ଆନୁଷଙ୍ଗିକ ଦେୟରେ ରାଇରଙ୍ଗପୁର ଗୋଶାଳା କମିଟିର ସମ୍ପାଦକଙ୍କୁ ଲିଜରେ ଦେବାକୁ ମଞ୍ଜୁରୀ ମିଳିଛି ।

Related Articles

Back to top button