
ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି । ଜାପାନରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ଖୋଲିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ଏହା ସହ ୭ଟି ପାନୀୟ ଜଳ ପ୍ରକଳ୍ପରେ କ୍ୟାବିନେଟ ମୋହର ବାଜିଛି ।