ରାଜ୍ୟରେ ଇ-କେୱାଇସି ଅପଡେଟ୍ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କେୱାସି ଶେଷ ତାରିଖ ଅବଧି ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି। ଇ-କେୱାଇସି ଅପଡେଟ୍ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଣିକି ଉପଭୋକ୍ତାମାନେ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଅପଡେଟ୍ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ ଦେଇଛନ୍ତି। ପୂର୍ବରୁ ଇ-କେୱାଇସି ଅପଡେଟ୍ ଶେଷ ତାରିଖ ଜାନୁଆରୀ ୩୧ ତାରିଖ ରହିଥିବାବେଳେ ଏହାକୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।କିଛି ଉପଭୋକ୍ତା ଇ-କେୱାଇସି କରି ନ ଥିବାରୁ ସେମାନେ ଏହାର ଅବଧି ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ରାଜ୍ୟ ସରକାର ଇ-କେୱାସି ଅବଡେଟ ଅବଧି ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।