ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରାଯାଇଛି। ବରିଷ୍ଠ ଓଏଏସ୍‌ ଅଫିସର ସରିତା ଧନୱରଙ୍କୁ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର, ବରିଷ୍ଠ ଓଏଏସ୍‌ ଅଫିସର ସୁଧାକର ଶବରଙ୍କୁ ଓ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ଓଡ଼ିଶା କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ଅଧିକାରୀ ଦେବାଶୀଷ ପଟ୍ଟନାୟକଙ୍କୁ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ, ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ସଚିବ ସମ୍ବିତ କୁମାର ରାଉତଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।

ସେହିପରି ବ୍ରହ୍ମପୁର ମହାନଗରର ଅତିରିକ୍ତ କମିଶନର ନୀଳମାଧବ ଭୋଇଙ୍କୁ ଗଞ୍ଜାମ ଡିୟୁଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ମହିଳା ଓ ଶିଶୁବିକାଶ ବିଭାଗର ଯୁଗ୍ମ ସଚିବ କଲ୍ୟାଣୀ ପଟ୍ଟନାୟକଙ୍କୁ ହସ୍ତତନ୍ତ ଓ ବୟନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେ ଭୁବନେଶ୍ୱର ଉତ୍କଳିକାର ମ୍ୟାନେଜର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଯୋଡ଼ା ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ସମବାୟ ବିଭାଗର ଉପସଚିବ ଓ ପୁରୀ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

Related Articles

Back to top button