ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି ହୋଇଥିବାବେଳେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି ହୋଇଛି। ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି ଯେ, ସପ୍ତାହରେ ଗୋଟିଏ ଦିନ ସମସ୍ତେ ବୟନ ପୋଷାକ ପିନ୍ଧନ୍ତୁ।

ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲାରେ ଟେକ୍ସଟାଇଲ ପାର୍କ ଉଦ୍ଘାଟିତ ହୋଇଛି। ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଥିବାବେଳେ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ମଧ୍ୟ ସମ୍ଭାବନା ରହିଛି। ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button