
ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶୀଳ ହେବେ ନାହିଁ।
ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶୀଳ ହେବେ ନାହିଁ। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ମାଗିବନି ବୋଲି ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ମନ୍ତ୍ରୀ କହିଛନ୍ତି ଯେ, ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି। ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି। ଆଜି ମୁଁ ୩୦ଟଙ୍କାରେ ଆଳୁ କିଣିଛି । ଯଦି କେହି ଚଢା ଦରରେ ଆଳୁ ବିକ୍ରି କରିବ ତେବେ ଚଢ଼ାଉ କରାଯିବ। ମୋତେ ଲାଗୁଛି ଆଳୁ ନଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଥିବେ। ଏବେ ଆମେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛୁ। ୨୪ବର୍ଷରେ ବିଜେଡି କିଛି କଲା ନାହିଁ। ବାହାରୁ ଜଣେ ଅଫିସର ଆସିକି ଓଡ଼ିଶାରେ ରାଜୁତି କଲେ। ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ମିନିଟରେ ସବୁ ବନ୍ଦ ହୋଇଯିବ। ହେଲେ ଆମେ ସେଭଳି କରିବୁ ନାହିଁ। କାରଣ ସବୁ ରାଜ୍ୟ ମିଶିକି ଚଳିବା ଦରକାର।