୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ: ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷା ୧୯୯୧ ନିୟମରେ ସଂଶୋଧନ

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସେସ ବା ଓସିଏସ ପରୀକ୍ଷାରେ ଏଣିକି ଦୁଇଟି ନୁହେଁ ଗୋଟିଏ ସବଜେକ୍ଟ ଅପସନାଲ ରହିବ। ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି। ଏଣିକି ୟୁପିଏସସି ଢାଞ୍ଚାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପୂର୍ବରୁ ୨୨୫୦ ପାଇଁ ପରୀକ୍ଷା ହେଉଥିଲା। ଏଥର ରିଟିନ ଏବଂ ଇଣ୍ଟରଭ୍ୟୁ ୨୦୦୦ ମାର୍କ ପାଇଁ ପରୀକ୍ଷା ହେବ। ଓଡ଼ିଶା ସିଭିଲ ସର୍ଭିସ ମିଳିତ ପରୀକ୍ଷା ୧୯୯୧ ନିୟମରେ ସଂଶୋଧନ କରାଯାଇଛି। ପୂର୍ବରୁ ଦୁଇଟି ଅପସନାଲ ସବଜେକ୍ଟ ରହୁଥିଲା। କିନ୍ତୁ ୟୁପିଏସସିରେ ଗୋଟିଏ ଅପସନାଲ ସବଜେକ୍ଟ ରହୁଛି। ତେଣୁ ୟୁପିଏସସି ଏବଂ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ହେଉଥିଲା। ଏଣିକି ଗୋଟିଏ ସବଜେକ୍ଟ ନେଇ ମେନ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସେହିପରି ସବଜେକ୍ଟିଭ ଉତ୍ତର ଇଂରାଜୀ କିମ୍ବା ଓଡ଼ିଆରେ ଦେଇପାରିବେ । ସେହିପରି ପୂର୍ବରୁ ଅଣ ସଂରକ୍ଷିତ ପରୀକ୍ଷାର୍ଥୀ ପାଇଁ ୪ ଥର ଏବଂ ଏସଇବିସି ୭ ଥର ପରୀକ୍ଷା ଦେଇପାରୁଥିଲେ। ଏଣିକି ଅଣ ସଂରକ୍ଷିତ ଛାତ୍ରଛାତ୍ରୀମାନେ ୬ଥର ପରୀକ୍ଷା ଦେଇପାରିବେ। ସେହିପରି ଏସସିଏସଟି ପରୀକ୍ଷାର୍ଥୀମାନେ ଯେତେଥର ଚାହିଁବେ ଏବଂ ଏସଇବିସି ୯ଥର ପରୀକ୍ଷା ଦେଇପାରିବେ। ୟୁପିଏସସିରେ ଅଧିକ ସଂଖ୍ୟକ ଓଡ଼ିଆ ପିଲା କେମିତି କୃତକାର୍ଯ୍ୟ ହୋଇପାରିବେ ସେନେଇ ଏଥିରେ ଲକ୍ଷ୍ୟ ରଖାଯାଇଛି।

ଆଜି ବସିଥିବା କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥର ରାଜ୍ୟ କିମ୍ବା ଜିଲ୍ଲା ସ୍ତରୀୟ ପରୀକ୍ଷା ଓଡ଼ିଆ ଏବଂ ଇଂରାଜୀ ଭାଷାରେ କରାଯିବ। ପୂର୍ବରୁ ଓଡିଆ ଏବଂ ଇଂରାଜୀରେ ପ୍ରଶ୍ନ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଇଂରାଜୀରେ ଉତ୍ତର ଦେଉଥିଲେ। ଓଡ଼ିଶା ସର୍ଭିସ ରୁଲରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷାର୍ଥୀମାନେ ଲିଖିତ ଏବଂ ମୌଖିକ ପରୀକ୍ଷା ଓଡ଼ିଆରେ ଏବଂ ଚାହିଁଲେ ଇଂରାଜୀରେ ଦେଇପାରିବେ। ଗ୍ରାମାଞ୍ଚଳରେ ଓଡ଼ିଆ ମିଡିଅମରେ ପଢୁଥିବା ଚାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହୋଇପାରିବେ।

କ୍ୟାବିନେଟ ବୈଠକର ୮ଟି ନିଷ୍ପତ୍ତି ମଧ୍ୟରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି। ସେହିପରି ଧାନ ସଂଗ୍ରହ ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଅନୁଯାୟୀ ୨୦୨୨-୨୩ ଧାନ ସଂଗ୍ର ନୀତିକୁ ମଞ୍ଜୁରୀ ଦିଆଯାଇଛି। ଏହା ଅନୁଯାୟୀ ଏହି ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟରେ ୭୧ ଲକ୍ଷ ମେଟ୍ରିକ ଟନ ଦାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ବାରା ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇପାରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Related Articles

Back to top button