ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର:  ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ ହୋଇଛନ୍ତି ପ୍ରଫେସର ସୁରଜିତ ମଜମୁଦାର । ଉତ୍କଳ ବିଶ୍ବାବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ “ସମ୍ବିଧାନ ଏବଂ ଶିକ୍ଷା” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ସେଠାରେ ଯୋଗ ଦେବା ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସହିଦନଗର ପୁଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବାଣୀବିହାର ପରିସରରେ ଛାତ୍ର ଅସନ୍ତୋଷ ପରିସ୍ଥିତି ଦେଖିବାକୁ ମିଳିଛି।

Related Articles

Back to top button