
ରାସନ ଓଜନ କମିଲେ କିମ୍ବା ହିତାଧିକାରୀଙ୍କୁ ଖରାପ ବ୍ୟବହାର କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ରାସନ ଓଜନ କମିଲେ କିମ୍ବା ହିତାଧିକାରୀଙ୍କୁ ଖରାପ ବ୍ୟବହାର କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ହେଉଥିବା ରାସନ ଦୁର୍ନୀତିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁଣାଇଛନ୍ତି ଏହିଭଳି ଚରମବାଣୀ । ରାସନ କାର୍ଡଧାରୀଙ୍କୁ ଖରାପ ବ୍ୟବହାର କଲେ ସଂପୃକ୍ତ ଡିଲରଙ୍କ ବିରୋଧରେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହ ଖାଦ୍ୟ ସାମଗ୍ରୀର ପରିମାଣ କମିଲେ ଡିଲରଙ୍କୁ ଜେଲ୍ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏକ ସାକ୍ଷାତକାର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାସନ ଦୁର୍ନୀତି ନେଇ ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅୟସ୍ ଛାଡ଼ି କାର୍ଯ୍ୟ କରିବାକୁ ତାଗିଦ୍ କରିଛନ୍ତି ମନ୍ତ୍ରୀ । ୨୪ ବର୍ଷ ହେଲାଣି ଡିଲରମାନେ ଅୟସ କରୁଛନ୍ତି ତେଣୁ ପୁରୁଣା ଡିଲରଙ୍କୁ ବାହାର କରାଯାଇ ନୂଆ ଡିଲରଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି ।