ସୁଭଦ୍ରା ଯୋଜନା ନାଁରେ ହିତାଧିକାରୀଙ୍କୁ ହଇରାଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଯିଏ ସୁଭଦ୍ରା ଯୋଜନା ନାଁରେ ସାଧାରଣ ହିତାଧିକାରୀଙ୍କୁ ହଇରାଣ କରୁଥିବ, ତାଙ୍କ ନାଁରେ ୧୪୬୭୮ ହେଲ୍ପ ଲାଇନ ଜରିଆରେ ଅଭିଯୋଗ ଦେଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅପିଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ସାଢ଼େ ୩ ଲକ୍ଷ ହୋଇସାରିଲାଣି ଆବେଦନ।ସୁଭଦ୍ରା ଯୋଜନା ଆବେଦନର କୌଣସି ଶେଷ ତାରିଖ ନାହିଁ । ଯେଉଁମାନେ ୧୭ ତାରିଖ ପରେ ବି ଆବେଦନ କରିବେ, ସେମାନେ ମଧ୍ୟ ଯୋଜନାରେ ସାମିଲ ହୋଇପାରିବେ ଏବଂ ସମାନ ଅନୁଦାନ ପାଇବେ। ଶେଷ ହିତାଧିକାରୀ ସାମିଲ ନହେବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ତେଣୁ ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ଅଯଥା ଭିଡ଼ ଜମାନ୍ତୁ ନାହିଁ ବୋଲି ଅପିଲ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related Articles

Back to top button