ଦିଲ୍ଲୀ ବିମାନ ବନ୍ଦରରୁ ୨୭ କୋଟିର ଘଣ୍ଟା ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସଂପୃକ୍ତ ଯାତ୍ରୀଙ୍କ ନିକଟରୁ ଏକ ହୀରାରେ ନିର୍ମିତ ବ୍ରାସଲେଟ୍, ଆଇଫୋନ୍ ୧୪ ପ୍ରୋ, ୫ଟି ରୋଲେକ୍ସ, ଗୋଚିଏ ଜାକବ ଓ ୧ ପିଗ୍ ଓ୍ୱାଚ୍ ମଧ୍ୟ ଜବତ ହୋଇଛି। ଜାକବ କମ୍ପାନୀର ଘଡ଼ିର ମୂଲ୍ୟ ୨୭,୯୨୬,୦୫୧ ଟଙ୍କା ରହିଛି । ଏହି ଘଡ଼ିର ବିଶେଷତ୍ୱ ହେଉଛି ଏହା ସୁନା ଓ ହୀରାରେ ତିଆରି। ଏହି ଘଣ୍ଟା ୧୮ କ୍ୟାରେଟ୍ ଧଳା ସୁନା ଏବଂ ୭୬ କ୍ୟାରେଟ୍ ଧଳା ହୀରା ୨୬୯ କ୍ୟାରେଟ୍ ହୀରାରେ ତିଆରି ହୋଇଥିବା କୁହାଯାଉଛି । ଯାହାର ଦାମ ୨୭ କୋଟି ରହିଛି।

ମଙ୍ଗଳବାର ଦୁବାଇରୁ ଆସିଥିବା ଏକ ବିମାନର ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଜିବା ପରେ କଷ୍ଟମ ଅଧିକାରୀ ମାନେ ସଂପୃକ୍ତ ଭାରତୀୟ ନାଗରିକଙ୍କ ଠାରୁ ଏହା ଜବତ କରିଛନ୍ତି।

ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ସୀମା ଶୁଳ୍କ କମିଶନର ରିୟାଜ କମଳି କହିଛନ୍ତି, ସଂପୃକ୍ତ ବ୍ୟକ୍ତିଙ୍କର ଦୁବାଇରେ ଦାମୀ ଘଡ଼ିର ଆଉଟଲେଟ୍ ଥିବା ବେଳେ ୟୁଏଇରେ ଏହି ଆଉଟଲେଟ୍ ବା ଦୋକାନର ଶାଖା ରହିଛି।

ଦିଲ୍ଲୀର ଜଣେ ହାଇପ୍ରୋଫାଇଲ୍ ବ୍ଯକ୍ତିଙ୍କୁ ଡେଲିଭରି ପାଇଁ ଘଡ଼ି ଧରି ଆସିଥିଲେ। ଯାତ୍ରୀ ଜଣକ ସେହି ବ୍ୟକ୍ତିଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ଭେଟିବାର ଥିଲା। ହେଲେ ସେହି ବ୍ୟକ୍ତି ଜଣଙ୍କ ଘଡି ନେବାକୁ ହୋଟେଲକୁ ଆସିନଥିଲେ। ହେଲେ ଗିରଫ ବ୍ୟକ୍ତି ଜଣଙ୍କ ସେହି ବ୍ୟକ୍ତିଙ୍କ ନାମ ମଧ୍ୟ କହି ନାହାନ୍ତି। ନିଜ ଜୀବନ ପ୍ରତି ବିପଦ ରହିଛି ବୋଲି ଭାବେ ସେ କହିନଥିବା ସୂଚନା ରହିଛି।

Related Articles

Back to top button