ସୁଭଦ୍ରା ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ

ଦ୍ୱିତୀୟ କିସ୍ତିରେ ବାଦ ପଡିଛନ୍ତି ୧ ଲକ୍ଷ ୮୯ ହଜାର ମହିଳା । ସୁଭଦ୍ରା ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସେ ଦେଇଥିବା ସୂଚନା ଅନୁସାରେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ଦ୍ୱିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣଙ୍କୁ ମିଳିଥିଲା ସୁଭଦ୍ରା ଟଙ୍କା ।ସେହିପରି ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଦ୍ୱିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ଟଙ୍କା ଦେଇଛନ୍ତି ସରକାର । ହେଲେ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ୮୩ ହଜାର ମହିଳା ।

Related Articles

Back to top button