ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପାଇବ ଓସ୍‌ଡମା

ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍‌ଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଦୁଇ ସଂସ୍ଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇବେ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-ଓସ୍‍ଡ଼ମାକୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ‘ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩’ ଲାଗି ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଲାଗି ବ୍ୟକ୍ତିବିଶେଷ ଏବଂ ସଙ୍ଗଠନଗୁଡ଼ିକୁ ଏହି ପୁରସ୍କାର ଦିଆଯାଇଥାଏ। ଚଳିତ ବର୍ଷ ଲାଗି ଆଜି ଏହି ପୁରସ୍କାର ଘୋଷଣା କରାଯାଇଛି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ୧୯୯୯ ମସିହାରେ ସ୍ଥାପନ କରାଯାଇଥିଲାବେଳେ ଏହା ଅଧୀନରେ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବଳ ଗଠନ କରାଯାଇଥିଲା। ନୂତନ ଜ୍ଞାନକୌଶଳ ବ୍ୟବହାର କରି ୨୦୧୪ରେ ‘ହୁଡ୍‍ହୁଡ୍‍’, ୨୦୧୯ରେ ‘ଫନୀ’, ୨୦୨୦ରେ ‘ଅମ୍ଫାନ୍‍’ ଏବଂ ବନ୍ୟା ପରିସ୍ଥିତିର ଓସ୍‍ଡମା ସଫଳ ମୁକାବିଲା କରିଥିଲା। ଏହି ପୁରସ୍କାର ବାବଦକୁ ଓସ୍‍ଡ଼ମାକୁ ୫୧ ଲକ୍ଷ ଟଙ୍କା ଅର୍ଥରାଶି ଏବଂ ପ୍ରମାଣପତ୍ର ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସ୍‍ଡମାକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଦୁର୍ବିପାକ ସମୟରେ ପ୍ରତ୍ୟେକଟି ଜୀବନକୁ ସୁରକ୍ଷା ଯୋଗାଇ ଦେଇ ଓସ୍‍ଡମା ଏହି ସଫଳତା ହାସଲ କରିଛି।

Related Articles

Back to top button