
ୱେବ ଚ୍ୟାନେଲ ମାଲିକ ସୁଧାଂଶୁ ରାଉତ ଗିରଫ
ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବାରୁ ୱେବ ଚ୍ୟାନେଲର ମାଲିକ ସୁଧାଂଶୁ ରାଉତକୁ ଗିରଫ କରାଯାଇଛି । ବଡବିଲର ଏକ ଲଜରୁ ତାଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିଛି । ଏହା ସହିତ ସେ ସୋସିଆଲ ମିଡିଆରେ ମିଛ ଖବର ମଧ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହେଇଥିଲା ।