ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ

ପୁରୀ: ରବିବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଦାରୁଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଲସିଛନ୍ତି ବିଶ୍ୱନିୟନ୍ତା। ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି ଏହି ଦୁର୍ଲଭ ବେଶ। ହୋପ୍ରଭୁଙ୍କ ଏହି ବେଶକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି।
ବିଭିନ୍ନ ନୀତି ପରେ ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ରଥ ନିକଟକୁ ବିଜେ କରାଯାଇଥିଲା। ବିଗ୍ରହମାନଙ୍କୁ ସ୍ବର୍ଣ୍ଣ, ରୂପା ଆଦି ମୂଲ୍ୟବାନ ଧାତୁଖଚିତ ଅଳଙ୍କାରରେ ସଜ୍ଜିତ କରିଥିଲେ ଦଇତାପତି। ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ କିରୀଟ, ଗଳାରେ ମାଳା, ଓଡ଼ିଆଣୀ, କାନକୁଣ୍ଡଳ ଆଦି ଧାରଣ କରାଯାଇଛି।

Related Articles

Back to top button