ଓକିଲ ଆନ୍ଦୋଳନ ନେଇ ଡିଜିପି ଏବଂ ସମ୍ବଲପୁର ଆଇଜିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ବର: ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ। ପୁଲିସ ମହାନିର୍ଦେଶକ ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି କୋର୍ଟ। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଓଡ଼ିଶା ପୁଲିସ ବିଫଳ। ଏ ନେଇ ପୁଲିସ ମହାନିର୍ଦେଶକ ଏବଂ ଆଇଜି ହାଜର ହେବାକୁ ନିର୍ଦେଶ। ବୁଧବାର ଭିଡିଓ କନଫରେନସିଂରେ ହାଜର ହେବାକୁ କୋର୍ଟ ନିର୍ଦେଶଦେଲେ। ଓଡ଼ିଶା ପୁଲିସ ଯଦି ନ ପାରୁଛି, ତାହେଲେ ଆମକୁ ଜଣାନ୍ତୁ। ଆମେ ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ କହିଥିଲେ।

Related Articles

Back to top button