ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‍) ଉଚ୍ଛେଦ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରାୟ ସୁପ୍ରିମକୋର୍ଟରେ ବଳବତ୍ତର ରହିଛି । ସ୍ୟାଟ୍‍ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର
ସରକାରଙ୍କର ମତାମତ ଲୋଡାଯାଇଥିଲା । ସ୍ୟାଟ୍‍ ଉଚ୍ଛେଦକୁ ବିରୋଧକରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାକୁ ବିଚାର କରି ହାଇକୋର୍ଟ ସ୍ୟାଟ୍‍ ଉଚ୍ଛେଦ ସପକ୍ଷରେ ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଠିକ୍‍ ବୋଲି ଦର୍ଶାଇଥିଲେ । ତେବେ ହାଇକୋର୍ଟର ରାୟ ବିରୁଦ୍ଧରେ ସ୍ୟାଟ୍‍ ବାର୍‍ ପକ୍ଷରୁ ସୁପ୍ରିମ୍‍କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଆଜି ସୁପ୍ରିମ୍‍କୋର୍ଟ ଏହାର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶକୁ କାଏମ୍‍ ରଖିଛନ୍ତି ।

Related Articles

Back to top button