ପ୍ରଶ୍ନୋତ୍ତର କାଳରେ ଆଶ୍ଚର୍ଯ୍ୟକର ତଥ୍ୟ: ରାଜ୍ୟର ୪୧ଟି ବିଭାଗରେ ଖାଲି ପଡିଛି ୯୮ହଜାର ୩୪୮ଟି ପଦବୀ

ଆଜି ବିଧାନସଭାର ପ୍ରଶ୍ନୋତ୍ତର ବେଳେ ଆସିଛି ଏକ ଆଶ୍ଚର୍ଯ୍ୟକର ତଥ୍ୟ। ରାଜ୍ୟର ୪୧ଟି ବିଭାଗରେ ଖାଲି ପଡିଛି ୯୮ହଜାର ୩୪୮ଟି ପଦବୀ । ତେବେ ସ୍ୱାସ୍ଥ୍ୟ ବିଭାଗରେ ୨୬ ହଜାର ୮୧୫ଟି ପଦବୀ ଖାଲି ପଡିଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୧ ହଜାର ୮୪୪ ପଦବୀ ଖାଲି ପଡିଛି। ସେହିଭଳି ଗୃହ ବିଭାଗରେ ୭,୩୧୫ ପଦବୀ ଖାଲି ପଡିଥିବା ବେଳେ ସେହିପରି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗରେ ୫୮୯୨ ପଦବୀ, ଉଚ୍ଚଶିକ୍ଷା ବିଭାଗରେ ୩,୭୭୭ ପଦବୀ ଏବଂ କୃଷି ବିଭାଗରେ ୨,୮୨୧ ପଦବୀ ଖାଲି ପଡିଛି। ତେବେ ରାଜ୍ୟରେ ଯଦି ଏତେ ପଦବୀ ଖାଲି ପଡିଛି ତେବେ ରାଜ୍ୟ ସରକାର ତାହା କାହିଁକି ପୂରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ।

ସୂଚନା ଅନୁସାରେ , ରାଜ୍ୟର ୪୧ଟି ବିଭାଗରେ ଖାଲି ପଡିଛି ୯୮ହଜାର ୩୪୮ଟି ପଦବୀ। ସ୍ୱାସ୍ଥ୍ୟ ବିଭାଗରେ ୨୬ ହଜାର ୮୧୫ଟି ସର୍ବାଧିକ ପଦବୀ ଖାଲି ପଡିଥିବା ସୂଚନା ମିଳିଛି। ତେବେ ରାଜ୍ୟରେ ଯଦି ଏତେ ପଦବୀ ଖାଲି ପଡିଛି ତେବେ ରାଜ୍ୟ ସରକାର ତାହା କାହିଁକି ପୂରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ସରକାରୀ ଚାକିରି ଆଶାୟୀ ଯୁବକ ଓ ଯୁବତୀଙ୍କ ବୟସ ସୀମାକୁ ୪୨ ବର୍ଷ କରିବାର ପ୍ରତିଶୃତି କାହିଁକି ପୂରଣ କରୁନାହାନ୍ତି  ରାଜ୍ୟ ସରକାର। ଏହାପରେ ଉତ୍ତରରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଯେ ସରକାରୀ ଚାକିରିରେ ଆବେଦନ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯିବା ନେଇ କୌଣସି ପ୍ରସ୍ତାବ ଆସିନାହଁ। ସରକାରୀ ଚାକିରିରେ ଏହି ବୟସ ସୀମାକୁ କେବଳ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେବେ ଆଜିକାଲି ଲୋକଙ୍କ ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି ତଥାପି କାହିଁକି ସ୍ୱାସ୍ଥ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖାଲି ପଡିଛି ସର୍ବାଧିକ ପଦବୀ।

Related Articles

Back to top button