କୋଣାର୍କ ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ, ଭୁବନେଶ୍ୱର ଷ୍ଟେସନରେ ହଇଚଇ
ଭୁବନେଶ୍ୱର:ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ । କିଏ ଆଣିଥିଲା, କେଉଁଠୁ ଉଠିଥିଲା ଓ କାହିଁକି ଆସିଥିଲା ଜଣାପଡିନି । ଯିଏ ବି ଆଣୁ ହେଲେ ଏହି ବିସ୍ଫୋରକକୁ ଟ୍ରେନରେ ଛାଡି ପଳାଇ ଯାଇଛି । ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ସାରା ଭୁବନେଶ୍ୱର ଷ୍ଟେସନରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା ।
ମୁମ୍ବାଇରୁ ଭୁବନେଶ୍ୱର ଆସିଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା । ୨ ନମ୍ବର ପ୍ଲାଟଫର୍ମରେ ଗାଡି ଲାଗିଥିଲା । ଭୋର ପ୍ରାୟ ୩ଟା ବେଳେ ସଫେଇ କର୍ମଚାରୀ ବଗି ସଫା କରିବାକୁ ଆସିଥିଲେ । ଏକ ଜେନେରାଲ ବଗିରେ ସଫେଇ କର୍ମଚାରୀମାନେ ଦେଖିଲେ କିଛି ବହି ରହିଛି । ଏଥିରୁ କିଛି ଶବ୍ଦ ବାହାରିବ ସହ ଧୁଆଁ ବି ବାହାରିଥିଲା ।ସେମାନେ ଏ ନେଇ ଜିଆରପି ପୋଲିସକୁ ଜଣାଇଥିଲେ ।
ଜିଆରପି ଖବର ପାଇବା ପରେ ବମ ସ୍କ୍ୱାର୍ଡ ଟିମ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ବମ ସ୍କ୍ୱାର୍ଡ ଟିମ ଦେଖିବା ପରେ ଏହା ବିସ୍ଫୋରକ ବୋଲି ଜଣାପଡି ଥିଲା । ଏହାକୁ ନଦୀ ପଠାକୁ ନିଆଯାଇ ନିଷ୍କ୍ରିୟ କରାଯାଇଥିଲା।। ଏ ନେଇ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ୮ଟି ରେଡ ପାରାଚ୍ୟୁଟ୍ ସିଗନାଲ, ୧୫ଟି ରକେଟ ପାରାଚ୍ୟୁଟ ଫାୟାର ଜବତ କରିଚି। କିଏ ଏବଂ କେଉଁଠାରୁ ଟ୍ରେନକୁ ଉଠିଥିଲା ସିସିଟିଭି ଦେଖି ତାହାର ଯାଞ୍ଚ କରୁଛି ।