ଗଞ୍ଜାମର ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଗଞ୍ଜାମ ଜିଲାରେ ମତଦାନ ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲାର ଛତ୍ରପୁରର ୨୭ ଓ ୧୬୩ ନଂ ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗୋପାଳପୁର ବୁଥ ନଂ ୧୯୩ର ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।

Related Articles

Back to top button