କେଉଁଝର ଯୋଡ଼ାରେ ଅଭାବନୀୟ ଘଟଣା: ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

କେଉଁଝର: ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କେଉଁଝର ଯୋଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ କବାଟ ଭାଙ୍ଗି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ ଯୋଡ଼ା ପୌରପାଳିକା ୨ ନଂ ୱାର୍ଡରେ ମହିଳା ଡାକ୍ତର ଜଣକ ରହୁଥିଲେ । ନୂଆବର୍ଷ ସେଲିବ୍ରେସନ ପରେ ମହିଳା ଡାକ୍ତର ରୁମକୁ ଆସିଥିଲେ । ସନ୍ଧ୍ୟା ଯାଏଁ ରୁମର କବାଟ ନଖୋଲିବାରୁ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରୁମର କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା । ପରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ମହିଳା ଡାକ୍ତରଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button