ଚରିତ୍ରକୁ ସନ୍ଦେହ କରି ଶ୍ବଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ : ଚରିତ୍ରକୁ ସନ୍ଦେହ କରି ଶ୍ବଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ଉଭୟଙ୍କ ଫଟୋକୁ ମୋବାଇଲରେ ଷ୍ଟାଟସ୍ ରଖିବା ପରେ ଫେରାର ହୋଇଗଲେ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ହଜାରିସାହିରେ ଏମିତି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ହଜାରିସାହିର ଲକ୍ଷ୍ମୀ ସିଂ ଆଗ୍ରାର ରବୀନ୍ଦ୍ର ସିଂଙ୍କୁ ବିବାହ କରିଥିଲେ । ଦୁଇ ପୁଅଙ୍କୁ ନେଇ ଭାଇ ବାହାଘର ପାଇଁ ଦିଲ୍ଲୀରୁ ସ୍ୱାମୀ-ସ୍ତ୍ରୀ ଆସିଥିଲେ । ତେବେ ପରକୀୟା ପ୍ରୀତି ସନ୍ଦେହରେ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ବୁଧବାର ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ରବୀନ୍ଦ୍ର ଲକ୍ଷ୍ମୀଙ୍କ ମୁହଁରେ ତକିଆ ପକାଇ ହତ୍ୟା କରିଥିଲେ ଓ ପରେ ଛୁରୀ ସାହାଯ୍ୟରେ ତଣ୍ଟି ମଧ୍ୟ କାଟି ଦେଇଥିଲେ ।

ପରେ ମୋବାଇଲରେ ଉଭୟଙ୍କ ଫଟୋକୁ ଷ୍ଟାଟସ ରଖି ଫେରାର ହୋଇଯାଇଥିଲେ । ଉଭୟ ଘରେ ଦେଖା ନଯିବାରୁ ବହୁ ସମୟ ପରେ ଘର ଲୋକେ ଝିଅକୁ ରକ୍ତାକ୍ତ ଅବସ୍ଥାରେ ଘରେ ପଡିଥିବା ଦେଖିଥିଲେ ଓ ଆଗରପଡା ପୋଲିସକୁ ଖବର ଦେଇଥିଲେ । ପରେ ଖୋଜାଖୋଜି ପରେ ଗାଁ ନିକଟରେ ଲୁଚିଥିବା ରବୀନ୍ଦ୍ର ସିଂକୁ ପୋଲିସ ଅଟକ ରଖିଛି ଓ ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳରେ ତଦନ୍ତ ପାଇଁ ଡଗ୍ ସ୍କ୍ୱାଡ୍ ସହ ଫୋରେନସିକ୍ ଟିମ୍ ଯାଉଥିବା ସୂଚନା ମିଳିଛି ।

Related Articles

Back to top button