ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ

ଭୁବନେଶ୍ୱର: ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ୬ ମାସ ପୂରଣ ହୋଇଥିବା ବେଳେ ଗୁରୁବାର ଭୋର୍‌ରୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।ସମ୍ବଲପୁର ବଂଶୀଧର ନଗରସ୍ଥିତଘରୁ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି।

ଆଜି ଭୋର୍‌ରୁ ସୌମ୍ୟଜିତଙ୍କ ଘରେ ଚନ୍ଦ୍ରଶେଖରପୁର ଥାନାର ୫ ଜଣିଆ ପୋଲିସ ଟିମ୍‌ ପହଞ୍ଚିଥିଲା। ସେଠାରୁ ସୌମ୍ୟଜିତଙ୍କୁ ଗିରଫ କରି ବରେଇପାଲ୍ଲୀ ଥାନାକୁ ନେଇଥିଲା। ପରେ ସୌମ୍ୟଜିତ୍‌ଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଅଣାଯାଉଛି।

ସୂଚନାଯୋଗ୍ୟ, ଶ୍ୱେତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରୁଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୌମ୍ୟଜିତ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯିବାରୁ ଆଜି କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।

Related Articles

Back to top button