ଧାମରାରେ ଜମି ମାଫିଆଙ୍କ କବଜାରୁ ସରକାରୀ ଖାତାକୁ ଫେରିଲା ୪ଏକର ଜମି, ତହସିଲଦାରଙ୍କୁ ପ୍ରଶଂସା

ଧାମରା: ପୁଣି ଚର୍ଚ୍ଚାରେ ଚାନ୍ଦବାଲି ତହସିଲଦାର, ସୁଶାନ୍ତ ସୂତାର। ଗୋଟିଏ ପାର୍ଶ୍ବରେ ସାଧାରଣ ଜନତା ତହସିଲଦାରଙ୍କୁ ପ୍ରଶଂସା କରୁଥିବା ବେଳେ ଜମି ଦଲାଲ ଏବଂ ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ଛନକା ପଶିଛି। ଧାମରାରେ ଶହ ଶହ ଏକର ସରକାରୀ ଜମିକୁ ଜମି ମାଫିଆ ଏବଂ ରାଜନୈତିକ ନେତୃବୃନ୍ଦ ନିଜ ନାମରେ କରିଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭଦ୍ରକ ଜିଲାପାଳଙ୍କ ନିର୍ଦେଶ କ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତା ଏହି ସମସ୍ତ ସରକାରୀ ଜମିକୁ ସରକାରଙ୍କ ଖାତାକୁ ଫେରାଇ ଆଣିବାକୁ ପ୍ରୟାଶ ଜାରି ରଖିଛନ୍ତି ।

ପ୍ରାପ୍ତ ଖବର ଅନୁଯାୟୀ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ତଥା ଦୋସିଙ୍ଗା ପଂଚାୟତରେ ଥିବା ନରସିଂହପ୍ରସାଦ ମୌଜାରେ ଆଜି ସୁଦ୍ଧା ବହୁ ସରକାରୀ ଜମିକୁ ବେଆଇନ ଭାବେ ସ୍ଥାନୀୟ ଜନପ୍ରତିନିଧି ଏବଂ ଜମି ମାଫିଆ ହାତେଇ ନେଇଥିବା ବେଳେ ଏହି ସମସ୍ତ ଜମିକୁ ସରକାରଙ୍କ ଖାତାକୁ ଆଣିବା ପାଇଁ ପ୍ରୟାଶ ଜାରି ରଖିଛନ୍ତି।  ୪.୧୧ଏକର ଜମି ସରକାରୀ ଖାତାକୁ ଫେରିଛି। ନରସିଂହପ୍ରସାଦ ମୌଜା ଅର୍ନ୍ତଗତ ଖାତା ନଂ-୧୮୦/୧୪୦ ଏବଂ ପ୍ଲଟ ନଂ ୨୮୨ରେ ଥିବା ଏ୪.୧୧ ସରକାରି ଜମିକୁ ବହୁ ଦିନ ହେବ ଜଣେ ନ୍ୟସ୍ଥ ସ୍ୱାର୍ଥ ବ୍ୟକ୍ତି ଦଖଲରେ ଥିବା ବେଳେ ବହୁ ପ୍ରୟାଶ କରି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଏହାକୁ ପୁନଶ୍ଚ ସରକାରୀ ଖାତାକୁ ଫେରାଇ ଆଣିଛନ୍ତି। ଆଗାମୀ ଦିନରେ କେବଳ ଧାମରା ଅଂଚଳରେ ନୁହେଁ ଚାନ୍ଦବାଲି ତହସିଲ ଅଧିନରେ ଅନ୍ୟମାନଙ୍କ ଦଖଲରେ ଥିବା ସମସ୍ତ ସରକାରୀ ଜମିକୁ ସରକାରଙ୍କ ଖାତାକୁ ଫେରାଇ ଆଣିବା ପାଇଁ ସେ ଚେଷ୍ଟିତ ଅଛନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।

Related Articles

Back to top button