ଛାତ୍ରଛାତ୍ରୀ ଯେଉଁ ବିଷୟରେ ଖରାପ ପ୍ରଦର୍ଶନ କରିବେ ସେଥିପାଇଁ ଶିକ୍ଷକଙ୍କୁ ଦାୟୀ କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀରେ ପିଲା ମାନଙ୍କର ପାଠପଢା ଗଭୀର ଭାବେ ପ୍ରଭାଭିତ ହୋଇଥିଲା। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦଶମ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ ତାହା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। କରୋନା ପରବର୍ତ୍ତୀ ସମୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଧାରିବା ଲାଗି ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ, କରାଯାଉଛି। ଏ ନେଇ ଜିଲ୍ଲା ଓ ବ୍ଲକ୍‍ ଶିକ୍ଷାଧିକାରୀଙ୍କୁ ନେଇ ଏକ ୨ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସଚିବ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଛାତ୍ରଛାତ୍ରୀ ଯେଉଁ ବିଷୟରେ ଖରାପ ପ୍ରଦର୍ଶନ କରିବେ ସେଥିପାଇଁ ଶିକ୍ଷକଙ୍କୁ ଦାୟୀ କରାଯିବ । ଏଥିସହ ଡିଇଓ ଓ ବିଇଓ ମଧ୍ୟ ଉତ୍ତରଦାୟୀ ରହିବେ । ଗୁଣାତ୍ମକ ଶିକ୍ଷା ପ୍ରଦାନରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ବିଇଓ ମାସକୁ ୧୨ ଦିନ ବିଭିନ୍ନ ସ୍କୁଲ ପରିଦର୍ଶନ କରିବେ । ଯେଉଁ ଶିକ୍ଷକ ବା ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ତାଗିଦ୍‍ କରିଛନ୍ତି । ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି ।

Related Articles

Back to top button