ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଓଡିଶାରେ ମେଟ୍ରୋକୁ ନେଇ ଗୁରୁବାର ବଡ ଖବର ସାମ୍ନାକୁ ଆସିଛି। ଓଡିଶାରେ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କରାଯିବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଟ୍ରାକ୍‌ ନେଇ କମିଟି ରିପୋର୍ଟ ଦେବ। କମ୍ପ୍ରେହେନସିଭ୍‌ ମୋବିଲିଟି ପ୍ଲାନ୍‌ ତିଆରି ହୋଇଛି । କେଉଁ ଲାଇନ୍‌ରେ ଯିବ, କେଉଁଠି ପାର୍କିଂ ଅଞ୍ଚଳ ହେବ କମିଟି ରିପୋର୍ଟ ଦେବ। ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯିବ। ପୁରୁଣା ପ୍ରକଳ୍ପ ବନ୍ଦ ହୋଇଛି। ସେହି ରାସ୍ତା ଟ୍ରାଫିକ୍‌ ଜାମ୍‌ ରହିବା ସହ ଟେଷ୍ଟିଙ୍ଗ୍‌ ବେଳେ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡିଛି। ମେଟ୍ରୋ ହୋଇଥିଲେ ସେହି ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା।

Related Articles

Back to top button