ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା : ତେଲ ନଦୀରେ ବଢ଼ିପାଣି ଆସିବା ପରେ ଉଛୁଳିଛି ବୈତରଣୀ

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ତେଲ ନଦୀରେ ବଢ଼ିପାଣି ଆସି ଏହା ବୈତରଣୀରେ ମିଶିବା ପରେ ବୈତରଣୀ ଉଛୁଳି ଥିବା ଦେଖାଯାଇଛି। ଭୀମକୁଣ୍ଡ ନିକଟରେ ଘୋଘୋ ଗର୍ଜନ କରି ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । କୁମୁଳାବାହାଳି ନିକଟରେ ତେଲ ନଦୀ ପୁରୁଣା ସେତୁ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଠାକୁରମୁଣ୍ଡାରୁ କେନ୍ଦୁଝର ଅଞ୍ଚଳକୁ ଯାନବାହନ ଆସି ପାରିନାହିଁ କି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ସେହି ଅଞ୍ଚଳକୁ ଯାନବାହନ ଯାତାୟାତ କରିପାରୁ ନାହିଁ। ତେବେ ବର୍ଷା କେତେବେଳେ କୁଆଡେ ହେଉଛି ତାହା ନିଜ ନିଜ ଅଞ୍ଚଳବାସୀଙ୍କୁ ଜଣାଥିବାବେଳେ ପାଟଣା ଓ ଘଟଗାଁ ଅଞ୍ଚଳରେ କିଛି ଚାଷୀ ଜମିରେ ଧାନ ତଳି ପକାଇବା ଆରମ୍ଭ କରି ସାରିଥିବା ବେଳେ ଆଉ କିଛି ବର୍ଷାର ଗତିବିଧିକୁ ଭରସା କରି ନପାରି ଅପେକ୍ଷାରେ ଅଛନ୍ତି।

Related Articles

Back to top button