
୧୫ଟି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ ଉପରେ : ବାରିପଦା ସବୁଠାରୁ ଉତ୍ତପ୍ତ ସହର
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ ଉପରେ ରହିଛି। ତେବେ ବାରିପଦାରେ ସର୍ବାଧିକ ତାପମାତ୍ରା ୪୬. ୪ ଡ଼ିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱରରେ ୪୬ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ୪୫.୪ ଡ଼ିଗ୍ରୀ ତାପମାତ୍ରା ରହିଥିବା ଜଣାପଡିଛି।ସୂଚନା ମୁତାବକ, ରାଜ୍ୟରରେ ଆଜି ୨୯ଟି ସହରରେ ତାପମାତ୍ରା ୪୨ ଡ଼ିଗ୍ରୀରୁ ଅଧିକ ରହିଛି। ୪୪ ଡିଗ୍ରୀ ଉପରେ ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁର, ବୌଦ୍ଧ, ଝାରସୁଗୁଡା, କଟକ, କେନ୍ଦ୍ରାପଡା, ଟିଟିଲାଗଡ଼, ନୟାଗଡ଼, ନୂଆପଡା ଓ ଭଦ୍ରକ ରହିଥିଲା।