
୧୦ ଡିଗ୍ରୀ ତଳେ ୭ ସହରର ତାପମାତ୍ରା
ରାଜ୍ୟରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର।ଫୁଲବାଣୀ ୮.୫,କିରେଇ ଓ ସିମିଳିଗୁଡା ୮.୭ ଡିଗ୍ରୀ, ଦାରିଙ୍ଗବାଡି ୯.୫, କୋରାପୁଟ ୯.୬,ରାଉରକେଲା ୯.୭, କଟକ ୧୪.୫ ଓ ଭୁବନେଶ୍ୱର ୧୫.୩ ଡିଗ୍ରୀ ରେକର୍ଡ କରାଯାଇଛି।