
୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ ତାପମାତ୍ରାନ, ଆଗାମୀ ସପ୍ତାହରେ ବଢିବ ଶୀତ
ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ । ଆଗାମୀ ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ ।
ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା ଝଡ଼ ଓ ପୂର୍ବାଳି ବାୟୁ ପ୍ରବାହ ପ୍ରଭାବରେ ୨୦ ଏବଂ ୨୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।