୪୮ ଘଣ୍ଟା ମଧ୍ୟରେ ହ୍ରାସ ପାଇବ ତାପମାତ୍ରା: ଫେବୃଆରୀ ୧ଯାଏ ଶୁଖିଲା ରହିବ ପାଗ

ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ଫେବୃଆରୀ ପହିଲା ଯାଏ ପାଗ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ହାରାହାରି ୭.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୬୬୬% ଅଧିକ ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ‌୧୦ଟି ସହରର ତାପମାତ୍ରା ୧୧ ଡିଗ୍ରୀ ସେଲସିଅସ ତଳେ ରହିଥିବା ରେକର୍ଡ କରାଯାଇଛି। ସେହି ଅଞ୍ଚଳଗୁଡିକ ହେଉଛି କିରେଇ (୬), ରାଉରକେଲା (୭.୯), ଝାରସୁଗୁଡା (୮), ସୁନ୍ଦରଗଡ଼ (୯), ଅନୁଗୁଳ (୧୦), କୋରାପୁଟ (୧୦.୧), ରାଣୀତାଲ (୧୦.୨), କେନ୍ଦୁଝରଗଡ଼ (୧୦.୪), ସମ୍ବଲପୁର ଓ ଫୁଲବାଣୀ (୧୧)।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼ ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସେହିପରି ୨୭ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଏବଂ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଆଜି ବଲାଙ୍ଗୀରରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା। ବାରିପଦା, ଝାରସୁଗୁଡ଼ା, ରାଉରକେଲା ଏବଂ ଭବାନୀପାଟଣାରେ କୁହୁଡ଼ି ଦୃଶ୍ୟମାନ ହୋଇଛି।

Related Articles

Back to top button