
୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା
୨୯ରୁ ପୁଣି ବଢ଼ିବ ଖରା। ରାଜ୍ୟରେ ପୁଣି ଫେରିବ ହିଟ୍ୱେଭ। ୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ଏ ନେଇ ସତର୍କ କରାଯାଇଛି। ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ୨ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ ।କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା ଏବଂ ବଜ୍ରପାତ ପରେ, ଓଡ଼ିଶାରେ ପୁଣି ଥରେ ଉଷ୍ମ ପାଗ ଫେରିବାକୁ ଯାଉଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନକୁ ପ୍ରଭାବିତ କରିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି ପାଇଛି ଏବଂ ଦୁଇ ଦିନ ପରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବ।