ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବାକୁ ରୋକିବାରୁ ସହଯାତ୍ରୀଙ୍କୁ ମାଡ ମାରି‌ଲେ ଅଭିଯୁକ୍ତ

ମୁମ୍ବାଇ: ମଝି ଆକାଶରେ ଯାତ୍ରୀଙ୍କ ଉତ୍ପାତ। ଧୂମପାନ କରିବାକୁ ରୋକିବାରୁ ସହଯାତ୍ରୀଙ୍କୁ ମାଡ ମାରି‌ଲେ ଅଭିଯୁକ୍ତ। ପରିସ୍ଥିତି ‌ଏଭଳି ହୋଇଥିଲା ଯେ, ଉତ୍ପାତ କରୁଥିବା ଯାତ୍ରୀଙ୍କୁ ଶାନ୍ତ କରିବା ପାଇଁ ତାଙ୍କୁ ତାଙ୍କ ସିଟରେ ବାନ୍ଧି ଇଞ୍ଜେକ୍ସନ ଦିଆଯାଇଥିଲା। ଏଭଳି ଅଜବ ଘଟଣା ଘଟିଛି ଏୟାର ଇଣ୍ଡିଆ ବିମାନରେ। ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ମାର୍ଚ୍ଚ ୧୦ରେ ଏଭଳି କାଣ୍ଡ କରିଥିଲେ ଭାରତୀୟ ବଂଶୋଦ୍ଭବ।

ଅଭିଯୁକ୍ତଙ୍କ ନାଁ କରୁଣାକାନ୍ତ ଦ୍ବିବେଦୀ ବୋଲି ଜଣାପଡ଼ିଥିବା ବେଳେ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି ଏୟାର ଇଣ୍ଡିଆର ବରିଷ୍ଠ କ୍ରୁ ସଦସ୍ୟ ଶିଳ୍ପା ମିଶ୍ରା। ଶିଳ୍ପାଙ୍କ ଅନୁଯାୟୀ, ଏୟାର ଇଣ୍ଡିଆର ଏଆଇ ୧୩୦ ବିମାନ ମାର୍ଚ୍ଚ ୧୦ରେ ଲଣ୍ଡନ ସମୟ ରାତି ୯ଟା ୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଉଡାଣର କିଛି ସମୟ ପରେ ବିମାନର ଶୌଚାଳୟରୁ ଧୂଆଁ ବାହାରିବା କାରଣରୁ ଆଲାର୍ମ ବାଜିବା ଆରମ୍ଭ ହୋଇଥିଲା। ଆଲାର୍ମ ଶୁଣି ଯାତ୍ରୀ ଭୟଭୀତ ହେବା ପରେ କାରଣ ଜାଣିବା ପାଇଁ ସମସ୍ତ କ୍ରୁ ସଦସ୍ୟ ଶୌଚାଳୟର କବାଟ ଖୋଲିବାକୁ ଚେଷ୍ଟା କରିଥିଲୁ। କବାଟ ଖୋଲିବା ପରେ କରୁଣାକାନ୍ତ ଭିତରେ ଧୂମପାନ କରୁଥିବା ଦେଖାଯାଇଥିଲା। ଏ‌ହ ଦେଖି ଆମେ ତାଙ୍କୁ ତାଗିଦ କରି ସିଗାରେଟ ଓ ଲାଇଟର ଛଡ଼ାଇ ଆଣିଥିଲୁ।

ଏଭଳି ହେବା ଦେଖି ସେ ଚୁପଚାପ ନିଜ ସିଟରେ ବସିପଡ଼ିଥିଲେ। ହେଲେ କିଛି ସମୟ ପରେ ସେ ପୁଣି ଉଠି ବିମାନର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। ତାଙ୍କ ସହଯାତ୍ରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ କରୁଣାକାନ୍ତ ତାଙ୍କୁ ମାଡ଼ ମାରିଥିଲେ। ତାଙ୍କର ଏଭଳି କାମ ଦେଖି ଆମେ ତାଙ୍କୁ ତାଙ୍କ ସିଟରେ ବସାଇ ବାନ୍ଧିବା ସହ ଡିଆଜ୍ ଟାନ୍ ଇଣ୍ଟ୍ରା ଇନସୁଲାର ନାମକ ଇଞ୍ଜେକ୍ସନ ଦେଇଥିଲୁ। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ସୁରକ୍ଷାକର୍ମୀ କରୁଣାକାନ୍ତଙ୍କୁ ସହାରା ବିମାନବନ୍ଦରକୁ ନେଇଯାଇଥିଲେ। ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ତଦନ୍ତ ଆରମ୍ଭ ହୋଇଛି।

Related Articles

Back to top button