ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ

ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ । ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ମଧ୍ୟ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି । ଆସନ୍ତା ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ୫ ତାରିଖରେ ରାଜ୍ୟପାଳ ପ୍ରଥମେ ଅଭିଭାଷଣ ରଖିବେ । ଏହାପରେ ୮ ତାରିଖ ଦିନ କାମଚଳା ବଜେଟ୍‌ ଉପସ୍ଥାପନ ହେବ ।ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କୁ ବିଧାନସଭାରେ ଘେରିବାକୁ ଯୋଜନା ପ୍ରସ୍ତୁତ କରିବେ । ଶେଷରେ ଅଧିବେଶନ ଶେଷ ଦିନ ସମସ୍ତ ବିଧାୟକଙ୍କର ଫଟୋ ସେସନ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button