ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି

ଆସନ୍ତା ଜୁନ ମାସ ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ସ୍ନାନ ପୂଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନୀତି ଥିବାରୁ ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି । ଏଥି ମଧ୍ୟରୁ ଘଣାଲାଗି ସମୟରେ ବାସୁଙ୍ଗା ପାଟ ଆବଶ୍ୟକ ଥିବାରୁ ଆଜି ଏହି ପାଟକୁ ଅଣାଯାଇଛି । ଏବଂ ମୋଟ ୩ କୁଇଣ୍ଟାଲ ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଂଚିଛି ।

ସୂଚନା ଅନୁସାରେ ଆସନ୍ତା ଜୁଲାଇ ୭ ତାରିଖଠାରୁ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ହେବ। ଶ୍ରୀମନ୍ଦିରରୁ ବାହାରି ବଡଦାଣ୍ଡରେ ଲକ୍ଷଲକ୍ଷ ଓଡିଆଙ୍କ ମଉଡମଣି ପଭୁ ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହିତ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁ କେବଳ ଓଡ଼ିଆ ଶ୍ରଦ୍ଧାଳୁଙ୍କ ନୁହଁନ୍ତି। ବରଂ ବିଶ୍ବର କୋଣଅଣୁକୋଣରେ ରହୁଥିବା ଭକ୍ତଙ୍କ ଠାକୁର ଅଟନ୍ତି। ରଥଯାତ୍ରା ସମୟରେ ଓଡ଼ିଶାର ଲୋକଙ୍କ ସହିତ ଦେଶ-ବିଦେଶରୁ ପୁରୀ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ରଥାରୁଢ଼ ଯାତ୍ରା ଦେଖିବାକୁ ସୁଯୋଗ ପାଆନ୍ତି।

Related Articles

Back to top button