
ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ
ମହଙ୍ଗା ପଡିଲା ରଥ ଉପରକୁ ଅଣ ସେବାୟତ ନେବା । ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରାଯାଇଛି। ଏହାସହ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।