ମଧୁମିତା ପରିଡ଼ା ଆତ୍ମହତ୍ୟା ଘଟଣାରେ କମିସନରେଟ ପୋଲିସଠାରୁ ତଥ୍ୟ ନେଇଛନ୍ତି ଏୟାରଫୋର୍ସ ଅଧିକାରୀ

ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ଘଟଣା । କମିସନରେଟ ପୋଲିସଠାରୁ ତଥ୍ୟନେଇଛି ଏୟାରଫୋର୍ସ ଅଧିକାରୀ । ଗିରଫ ଅଭିଯୁକ୍ତ ସ୍ବାମୀ ଶ୍ରୀଧର ଜେନାଙ୍କ ବିରୋଧରେ ମାମଲା ସମ୍ବନ୍ଧିୟ ତଥ୍ୟ ଏୟାରଫୋର୍ସ ନେଇଥିବା ସୂଚନା ମିଳିଛି । ଜବତ ଶ୍ରୀଧର ଓ ମଧୁମିତାଙ୍କ ମୋବାଇଲକୁ ଫରେନସିକ ଲାବକୁ ପଠାଯିବ । ଶ୍ରୀଧର କେତେଜଣଙ୍କ ସହ ପରକୀୟା ସମ୍ପର୍କ ରଖିଛି ସେନେଇ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀପ ସିଂ କହିଛନ୍ତି ।

ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ଘଟଣା । କମିସନରେଟ ପୋଲିସଠାରୁ ତଥ୍ୟନେଲେ ଏୟାରଫୋର୍ସ ଅଧିକାରୀ । ଗିରଫ ଅଭିଯୁକ୍ତ ସ୍ବାମୀ ଶ୍ରୀଧର ଜେନାଙ୍କ ବିରୋଧରେ ମାମଲା ସମ୍ବନ୍ଧିୟ ସମସ୍ତ ତଥ୍ୟ ଏୟାରଫୋର୍ସ ନେଇଥିବା ସୂଚନା ମିଳିଛି । ସେପଟେ ଘଟଣାର ତଦନ୍ତ ଚାଲିଥିବା ବେଳେ ଶ୍ରୀଧର ଓ ମଧୁମିତାଙ୍କ ମୋବାଇଲକୁ ଫରେନସିକ ଲାବକୁ ପଠାଯିବ । ଶ୍ରୀଧର କେତେଜଣଙ୍କ ସହ ପରକୀୟା ସମ୍ପର୍କ ରଖିଛି ସେନେଇ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀପ ସିଂ କହିଛନ୍ତି । ତଦନ୍ତରେ ଯେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ପଚରାଉଚରା କରାଯିବ । ଆବଶ୍ୟକ ପଡିଲେ ମଧୁମିତାଙ୍କ ସାଙ୍ଗଙ୍କୁ ଡାକି ତଥ୍ୟ ସଂଗ୍ରହ କରିବ କମିଶନରେଟ ପୋଲିସି । ସେପଟେ ଆଜି ବାପୁଜି ନଗରରୁ ମିଳିଛି ମଧୁମିତାଙ୍କ ସ୍କୁଟି । ଏକ ଧଳା ରଙ୍ଗର ସ୍କୁଟି ଜବତ କରିଛି ଧଉଳି ଥାନା ପୋଲିସ । ମଧୁମିତା ଆତ୍ମହତ୍ୟା କରିବା ପରଠାରୁ ସ୍କୁଟିକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ସ୍କୁଟି କିଏ ନେଲା ତାହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ସ୍କୁଟିକୁ ଜବତ କରି ଥାନାକୁ ନେଇଛି । ଶେଷ ଥର ପାଇଁ ଆତ୍ମହତ୍ୟା କରିବାକୁ ଯିବା ସମୟରେ ମଧୁମିତା ସ୍କୁଟିରେ ଯାଉଥିବା ସିସିଟିଭିରେ ଜଣାପଡିଥିଲା । କିନ୍ତୁ ମୃତ୍ୟୁ ପରେ ସ୍କୁଟି ମିଳିନଥିଲା ।

Related Articles

Back to top button