ଆଜି ସନ୍ଧ୍ୟା 6.30ରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଫେବ୍ରୁଆରୀ ୫ ରୁ ଆରମ୍ଭ ହୋଇ ଏହି ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ମୋଟ୍ ୭ଟି କାର୍ଯ୍ୟ ଦିବସ ରହିବ ଏବଂ କାମଚଳା ବଜେଟ୍ ଆଗତ କରିବେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ ଆଖୁର । ତେବେ ଗୃହ ଯେପରି ସିରୁଖୁରୁ ଶେଷ ହେବ ସେନେଇ ଆଜି ବସିବା ପାଇଁ ଯାଉଛି ସର୍ବଦଳୀୟ ବୈଠକ ।ସୂଚନାଅନୁସାରେ, ଆଜି ସନ୍ଧ୍ୟା 6.30 ସମୟରେ ଏହି ସର୍ବଦଳୀୟ ବୈଠକ ବସିବା ପାଇଁ ଯାଉଛି । ସେହିପରି ଆସନ୍ତାକାଲି ବିଜେଡିର ବିଧାୟକ ଦଳର ବୈଠକ ବସିବ । ବିଧାନସଭା ନେଇ ବିଜେପି ଓ କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଥିବା ନେଇ ସୂଚନା ରହିଛି । । ତେବେ ଗୃହକୁ ସପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି ପ୍ରମିଳା ମଲ୍ଲିକ ।

Related Articles

Back to top button