ପଞ୍ଚୁକ ଆରମ୍ଭ , ଆଜିଠାରୁ ୫ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜିଠୁ ପଞ୍ଚୁକ ଆରମ୍ଭ ଏବଂ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ବଡ଼ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ ଏବଂ ମୂଲ୍ୟବାନ ସ୍ଵର୍ଣ ଅଳଙ୍କାର, ପାଟ ବସ୍ତ୍ର, ପୁଷ୍ପ ମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ। ପୁରାତନ କାଳରୁ ବିଶ୍ୱାସ ରହିଛି ଏହି କାର୍ତ୍ତିକ ମାସସାରା ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ , ପଞ୍ଚୁକ ପାଞ୍ଚ ଦିନ ବ୍ରତ ରଖିଲେ ତାଠାରୁ ଅଧିକ ପୂଣ୍ୟ ଲାଭ ହୋଇଥାଏ। ଏହି ପଞ୍ଚୁକର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଘଣ୍ଟ, ହୁଳହୁଳି ଓ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିବେଶ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ୫୦ ସ୍ୱେଚ୍ଛାସେବୀ ମୁତୟନ ରହିବେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁସାରେ , ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। ହରି ଉତ୍ଥାପନ ଏକାଦଶୀ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ପଞ୍ଚୁକ ନୀତି। ଏହି ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାସହ ଅବକାଶ ନୀତି ପରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବୃଦ୍ଧବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି। ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖାଯାଇଛି। ପଞ୍ଚୁକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ ରଖାଯିବ। ସୁରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

Related Articles

Back to top button