ଆଜିଠୁ ଆରମ୍ଭ ହେଉଛି ଭିତର ଚନ୍ଦନ ଯାତ୍ରା

ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ଯାପୀ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି । ଆଜିଠୁ ଆରମ୍ଭ ହେଉଛି ଭିତର ଚନ୍ଦନ ଯାତ୍ରା । ମହାପ୍ରଭୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ । ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ମହାପ୍ରଭୁ ବେଶ ମଇଲମ ଓ ଆଲଟଲାଗି ହୋଇ ଚନ୍ଦନ ଘରକୁ ବିଜେ କରିବେ ।

ମୁଦିରସ୍ତ, ପତିମହାପାତ୍ର ଓ ପୂଜାପଣ୍ଡା ସେବକମାନେ ଚନ୍ଦନଲାଗି କରି ମହାପ୍ରଭୁଙ୍କ ଚନ୍ଦନ ବେଶ କରିବେ । ଏହି ଅବସରରେ ମହାପ୍ରଭୁଙ୍କଠାରେ ଗଭା, ଅଳକା, ଚଉସରି, ଚୂଳ ଆଦି ଲାଗି କରାଯିବ । ଭିତର ଚନ୍ଦନ ସମୟରେ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା ଏକାଦଶୀ, ସାବିତ୍ରୀ ଅମାବାସ୍ଯା, ଶୀତଳଷଷ୍ଠୀ ଏପରି ୪ ଥର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଶ୍ରୀକୃଷ୍ଣଓ ପଞ୍ଚ ମହାଦେବ ଜଳକ୍ରୀଡ଼ା କରିବେ ।

ଜଳକ୍ରୀଡ଼ା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ । ଯାତଭୋଗ ଲାଗି ହେବାପରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ ।

Related Articles

Back to top button