ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବସ୍‌ ଧର୍ମଘଟ

ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବସ୍‌ ଧର୍ମଘଟ । ପୁଣି ଥରେ ବସ୍‌ ଧର୍ମଘଟ କରିବାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି ।ସୂଚନା ଅନୁଯାୟୀ , ଆସନ୍ତା ଡିସେମ୍ବର ୧ ତାରିଖ ରୁ ରାଜ୍ୟ ତମାମ ବସ୍‌ ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ନଭେମ୍ବର ୨୨ ତାରିଖ ରୁ ବିଧାନସଭା ସମ୍ମୁଖରେ ବସ ମାଲିକମାନେ ଧାରଣା ଦେବେ । ରାଜ୍ୟ ସରକାରଙ୍କ ସହ ପୂର୍ବରୁ ସଂଘର ଦାବିକୁ ନେଇ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ବସ ମାଲିକ ସଂଘ । କିନ୍ତୁ ସଂଘର ଦାବି ମୁତାବକ , ରାଜ୍ୟ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରୁନାହିଁ । ତେବେ ବସ୍‌ ମାଲିକଙ୍କ ଅପେକ୍ଷାର ଅନ୍ତ କେବେ ହେବ ସେ କଥା ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ । ଦିନ ପରେ ଦିନ ଗଡୁଛି , ମାସ ପରେ ମାସ ହେଲେ ସମସ୍ୟାର ସମାଧାନ କେବେ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ରାଜ୍ୟରେ ବାରମ୍ବାର ଘରୋଇ ବସ୍‌ ମାଲିକମାନଙ୍କ ଅସନ୍ତୋଷ କାରଣରୁ ବସ୍‌ ଧର୍ମଘଟ ଡାକରା ଦିଆଯାଉଛି । ଫଳରେ ଅନେକ ସମୟରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Related Articles

Back to top button