
ପୁଣି ଫେରିଛି ତାତି : ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର
କିଛି ଦିନର ଆଶ୍ଵସ୍ତି ପରେ ପୁଣି ଫେରିଛି ତାତି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ୬ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଦିନ ୧୧ଟା ୩୦ ସୁଦ୍ଧା ୩୭.୪ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪ ଓ ପାରାଦୀପରେ ତାପମାତ୍ରା ୩୫.୧ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଅପରପକ୍ଷେ କେନ୍ଦୁଝର ଓ ସମ୍ବଲପୁରରେ ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବାବେଳେ ଗୋପାଳପୁରରେ ୩୪.୪, ହୀରାକୁଦ ଓ ପୁରୀରେ ତାପମାତ୍ରା ୩୪.୩ ଡିଗ୍ରୀ ରହିଛି।