ଅଫିସ ଡ୍ୟୁଟିରେ ଥିବାବେଳେ ଧୁମପାନ କରୁଥିବାରୁ ଗଣିଲେ ୯ ଲକ୍ଷ ଜରିମାନା

ଟେକିଓ: ଧୁମପାନ ଖାଲି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ଏହା ତୁମ ପର୍ସ ପାଇଁ ବି କ୍ଷତିକାରକ । କାରଣ ଅଫିସରେ କାମ କରୁଥିବାବେଳେ ଯଦି ଭୁଲରେ ବି ସ୍ମୋକ କରୁଥାନ୍ତି ତେବେ ତୁମର ଦରମା କଟିଯାଇ ପାରେ । କାରଣ ନିକଟରେ କିଛି କର୍ମଚାରୀ  ଅଫିସ ଡ୍ୟୁଟିରେ ଥିବାବେଳେ ଧୁମପାନ କରୁ ଥିବାରୁ ସେମାନଙ୍କୁ ୯ ଲକ୍ଷ ଜରିମାନା ଦେବାକୁ କୁହାଯାଇଛି ।

ଘଟଣାଟି ଜାପାନର । ଓସାକାର ଜଣେ ସିଭିଲ ସର୍ଭାଟ ଡ୍ୟୁଟି ସମୟରେ ସିଗାରେଟ ପାନ କରିଥିବାରୁ ୯ ଲକ୍ଷ ଟଙ୍କା ଜରିମାନା ଗଣିଛନ୍ତି । ସ୍ଥାନୀୟ ଷ୍ଟ୍ରେଟ ଟାଇମ୍ସ ପକ୍ଷରୁ କୁହାଯାଇଛି,  ଜଣେ ସରକାରୀ କର୍ମଚାରୀ ତାଙ୍କର ଡ୍ୟୁଟି ସମୟରେ ଧୁମପାନ କରନ୍ତି । ୧୪ ବର୍ଷ ମଧ୍ୟରେ ସେ ୪୫ ଶହ ଥର ଧୁମପା କରିଥିବା ଜଣାଯାଇଛି । ସେଥିପାଇଁ ୬୧ ବର୍ଷ ବୟସ୍କ ଏହି କର୍ମଚାରୀଙ୍କ ସମେତ ତାଙ୍କର ୨ ସହଯୋଗୀଙ୍କୁ ଏପରି ଦଣ୍ଡବିଧାନ କରାଯାଇଛି ।

ଏହି ଅର୍ଥ ସେମାନଙ୍କ ଦରମାରୁ କଟାଯିବ ।  ଦଣ୍ଡାଦେଶର ୧୦ ପ୍ରତିଶତ ଆଗାମୀ ୬ ମାସ ମଧ୍ୟରେ କଟିବ । ଦଣ୍ଡାଦେଶ ପୂର୍ବରୁ କର୍ମଚାରୀଙ୍କୁ ଏକାଧିକ ବାର ଚେତାବନୀ ଦିଆଯାଇଥିଲା।  ତଥାପି ଧୁମପାନରୁ ନିବୃତ୍ତ ନ ହେବାରୁ ସେମାନଙ୍କ ଉପରେ ଏହି ଦଣ୍ଡାଦେଶ ଲଦି ଦିଆଯାଇଛି ।

ଏପରିକି ତିନିଜଣ କର୍ମଚାରୀ ସେମାନଙ୍କ ଭୁଲକୁ ମଧ୍ୟ ସ୍ୱୀକାର କରି ଡ୍ୟୁଟି ସମୟରେ ଧୂମପାନ କରୁଥିବା ମାନିଛନ୍ତି । ୬୧ ବର୍ଷ ବୟସ୍କ କର୍ମଚାରୀ ଜଣକ ଡାଇରେକ୍ଟର ପଦବୀରେ ଅଛନ୍ତି। ଏକ ଆକଳନ କରାଯାଇ କୁହାଯାଇଛି, ତାଙ୍କ କାର୍ଯ୍ୟକାଳ ସମୟରେ ସେମାନେ ଅଫିସ ଡ୍ୟୁଟି ସମୟରେ  ୩୫୫ ଘଣ୍ଟା ୧୯ ମିନିଟ ସ୍ମୋକ କରିଛନ୍ତି ।

ସୂଚନାଥାଉ କି, ଓସାକାରେ ୨୦୦୮ରେ ଧୁମପାନ ଉପରେ କଟକଣା କରାଯାଇଛି । ସରକାରୀ କାର୍ଯ୍ୟାଳୟ, ସ୍କୁଲ, ଅଫିସରେ ଧୁମପାନ ନେଇ କଟକଣା ଜାରି କରାଯାଇଛି । ଜାପାନ ତାର ଶୃଙ୍ଖଳିତ କାର୍ଯଶୈଳୀ ପାଇଁ ପରିଚିତ । ତେଣୁ ଅଫିସ ସମୟରେ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ଏପରି ଦଣ୍ଡବିଧାନ ଏଠାରେ ସ୍ୱାଭିବିକ । ଏହା ପୂର୍ବରୁ କିଛି କର୍ମଚାରୀ ସେମାନଙ୍କ ଡ୍ୟୁଟି ସରିବାର ୩ ମିନିଟ ପୂର୍ବରୁ ପଳାଇ ଯାଇଥିବାରୁ ଦଣ୍ଡିତ ହୋଇଥିଲେ ।

Related Articles

Back to top button